ରାୟଗଡା ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ଶ୍ରୀ ଆଶୁତୋଷ କୁଲକର୍ଣ୍ଣି, ଭାରତ ପ୍ରଶାସନିକ ସେବାର ଅଧିକାରୀ, ଦାୟିତ୍ୱ ଗ୍ରହଣ କରିଛନ୍ତି।ଆଜି ପୂର୍ବାହ୍ନରେ ରାୟଗଡା ଜିଲ୍ଲାପାଳ କାର୍ଯ୍ୟାଳୟରେ ଏକ ସାଧାରଣ ଅନୁଷ୍ଠାନ ମାଧ୍ୟମରେ ଶ୍ରୀ କୁଲକର୍ଣ୍ଣି ଦାୟିତ୍ୱ ଗ୍ରହଣ କରିଛନ୍ତି। ବିଦାୟୀ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱାରୀଙ୍କୁ ଭୁବନେଶ୍ୱରରେ ଭିନ୍ନକ୍ଷମ ଓ ସାମାଜିକ ସୁରକ୍ଷା ବିଭାଗର ନିର୍ଦ୍ଦେଶକ ଭାବେ ବଦଳି ଦିଆଯାଇଛି।ଦାୟିତ୍ୱ ଗ୍ରହଣ ଅବସରରେ ଅତିରିକ୍ତ ଜିଲ୍ଲାପାଳ ନିହାର ରଞ୍ଜନ କହଁର, ଉପଜିଲ୍ଲାପାଳ ଶ୍ରୀ ରମେଶ କୁମାର ଜେନା, ଜିଲ୍ଲା କୋଷାଧ୍ୟକ୍ଷ ଶ୍ରୀମତୀ ମିତୁତ୍ସ୍ନା ରାଉତ, ବିଭିନ୍ନ ବିଭାଗୀୟ ଅଧିକାରୀ, କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ସ୍ୱାଗତ କରିଥିଲେ।ସମସ୍ତେ ଏଠାର ଜନସାଧାରଣଙ୍କ ସେବା ପାଇଁ ଆସିଛୁ। ଏହି ଜିଲ୍ଲା ଭଲଭାବେ ଚାଲିଥିବା ବିକାଶ ଯାତ୍ରାକୁ ଆଉ ଏକ ନୂତନ ଗତି ଦେବା ହେଉଛି ଆମ ଲକ୍ଷ୍ୟ। କାର୍ଯ୍ୟରେ ଖିଲାପି ରହିବ ନାହିଁ।” ଶ୍ରୀ କୁଲକର୍ଣ୍ଣି ପୂର୍ବରୁ ରାଉରକେଲାରେ ଅତିରିକ୍ତ ଜିଲ୍ଲାପାଳ, ନିଗମ କମିଶନର ଓ ସ୍ମାର୍ଟ ସିଟି ଏମ.ଡି. ଭାବରେ ଦାୟିତ୍ୱ ନିଭାଇ ସାଧାରଣଙ୍କ ମଧ୍ୟରେ ଜଣେ ଲୋକପ୍ରିୟ ଅଧିକାରୀ ଭାବେ ଚିହ୍ନିତ ହୋଇଥିଲେ।ଯୋଗଦାନ ପରେ ତିନି ଚିନ୍ତନ କକ୍ଷରେ ବୈଠକ କରି ଅଧିକାରୀ, କର୍ମଚାରୀ ମାନଙ୍କ ସହିତ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ଏହାପରେ ବିକାଶ ଓ ପ୍ରଶାସନିକ ଯୋଜନା ସମ୍ପର୍କରେ ଜିଲ୍ଲାସ୍ତରୀୟ ବୈଠକ ଆୟୋଜିତ ହୋଇଥିଲା।ନୂତନ ଜିଲ୍ଲାପାଳଙ୍କ ଯୋଗଦାନ ସହ ରାୟଗଡା ଜିଲ୍ଲା ଏକ ନୂତନ ଦିଗକୁ ଯାଉଥିବା ଆଶା ବ୍ୟକ୍ତ କରୁଛନ୍ତି ଅନେକ ଗଣମାନ୍ୟଗଣ।