• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଜିଲ୍ଲା ଶିକ୍ଷା ବିଭାଗର ଜିଲ୍ଲା ପ୍ରକଳ୍ପ ପରିଚାଳନା ୟୁନିଟ୍ ର ବୈଠକ

ByOdishri Khabar

Aug 20, 2025
Spread the love

ଜିଲ୍ଲା ଶିକ୍ଷା ବିଭାଗର ଜିଲ୍ଲା ପ୍ରକଳ୍ପ ପରିଚାଳନା ୟୁନିଟ୍ (DPMU) ର ବୈଠକ ଜିଲ୍ଲାପାଳଙ୍କ ସଦ୍ଭାବନା ସମ୍ମିଳନୀ କକ୍ଷଠାରେ ଅତିରିକ୍ତ ଜିଲ୍ଲାପାଳ ସୁନୀଲ୍ କୁମାର କେର୍କେଟାଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ଗଞ୍ଜାମ, ଖଲ୍ଲିକୋଟର ଅଧ୍ୟକ୍ଷ ଡ ସନ୍ତୋଷ କୁମାର ପରିଡା ଏହି ବୈଠକକୁ ଆବାହନ କରି ପ୍ରଥମ ଶ୍ରେଣୀରୁ ତୃତୀୟ ଶ୍ରେଣୀ ପିଲାଙ୍କୁ କିପରି ଶିକ୍ଷାଦାନ କରାଯାଇପାରିବ ତାହା ଉପରେ ଉପସ୍ଥିତ ପ୍ରଧାନ ଶିକ୍ଷକ/ପ୍ରଧାନ ଶିକ୍ଷୟିତ୍ରୀ, ବ୍ଲକ ଶିକ୍ଷା ଅଧୂକାରୀ, ସି.ଆର୍.ସି.ସି. ତଥା ସମସ୍ତ ସଭ୍ୟମାନଙ୍କୁ ଉପସ୍ଥାପନା କରିବା ସହ ବୈଠକ ପରିଚାଳନା କରିଥିଲେ । ପିଲା ମାନଙ୍କର ଭାଷା,ଗଣିତ ଜ୍ଞାନର ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ବିକାଶକୁ ଗୁରୁତ୍ବ ବିକାଶ କିପରି ହୋଇ ପାରିବ ତାହାହିଁ ଥୂଲା ବୈଠକର ମୂଳ ଉଦ୍ଦେଶ୍ୟ । ପିଲା ମାନଙ୍କୁ ଉତ୍ତମ ଶିକ୍ଷାଦାନ ନିମନ୍ତେ ନିପୁଣ ଓଡିଶା କାର୍ଯ୍ୟକାରୀ କରାଯାଇଛି । ଜିଲ୍ଲାର ପ୍ରତ୍ୟେକ ବିଦ୍ୟାଳୟକୁ ଉତ୍ତମ ଶିକ୍ଷାଦାନ ନିମନ୍ତେ ୨୮୮୫ ଜଣ ଶିକ୍ଷକଙ୍କୁ ତାଲିମ୍ ପ୍ରଦାନ କରାଯାଇ ୩୪୫୦ ଟି ହ୍ୟାଣ୍ଡ ବୁକ୍ ପ୍ରଦାନ କରାଯାଇଛି । ଛାତ୍ର ଛାତ୍ରୀଙ୍କ ନିମନ୍ତେ ୩୪୩୫୦ ଟି ଓ୍ୱାର୍କବୁକ୍ ପ୍ରଦାନ କରାଯାଇଛି । ଶିକ୍ଷା ଉପକରଣ ଓ ସଂଖ୍ୟା ପରିଚୟ ଉପକରଣ କିଟ୍ ପ୍ରଦାନ କରାଯାଇଛି । ବ୍ଲକ୍ ସ୍ତରରେ ଓ କ୍ଲଷ୍କର ସ୍ତରରେ ନିୟମିତ ପ୍ରଫେସନାଲ ଲଣ୍ଡିଂ କମ୍ୟୁନିଟି ବୈଠକ କରି ଶିକ୍ଷାଦାନ କିପରି କରାଯାଉଛି ଜିଲ୍ଲା ଶିକ୍ଷାଧିକାରୀ, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପିଲାମାନଙ୍କୁ ୩୪୩୫୦ ଟି ଓ୍ୱାର୍କ ବୁକ୍ ଯୋଗାଇ ଦିଆଯିବା ସହିତ କ୍ରିୟାକଳାପ ମାଧ୍ଯମରେ ପୂର୍ବ ପାଠର ଆଲୋଚନା କରାଯାଉଛି । ଦ୍ଵିତୀୟଟି ଗ୍ରେଡ୍ ଲେବୁଲ୍ ପ୍ୟାକେଜ୍ । ଏଥିରେ ପିଲାମାନଙ୍କୁ ବିଷୟ ଭିତ୍ତୀକ ଶିକ୍ଷାଦାନ କରାଯିବା ସ‌ହ ପିଲାମାନଙ୍କର ଶିକ୍ଷା କ୍ଷେତ୍ରରେ କିପରି ଉନ୍ନତି ହୋଇଛି ତାହାର ମୂଲ୍ୟାଙ୍କନ କରାଯାଉଛି । ଗୁଣାତ୍ମକ ଶିକ୍ଷାର ମାନ ବୃଦ୍ଧି ନିମନ୍ତେ ଏଫ୍.ଏଲ୍.ଏନ୍. ( ଫାଉଣ୍ଡେସନ୍ ଲିଟେରାସି ଆଣ୍ଡ ନ୍ୟୁମେରାଶି ) ହବ୍ ସ୍ଥାପନ କରାଯାଇଛି । ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଗଞ୍ଜାମ, ଖଲ୍ଲିକୋଟ ଦ୍ବାରା ପ୍ରସ୍ତୁତ କରାଯାଇଥିବା ଏଫ୍ ଏଲ୍ ଏନ୍ ଗ୍ରେଡ୍ ପାଇଁ ପ୍ରସ୍ତୁତ କରାଯାଇଥିବା କଳା ସମ୍ବନ୍ଧିତ ଶିକ୍ଷା ସମ୍ବଳ ଉପକରଣ ଏବଂ ଏଥେଲେନ୍ ଗ୍ରେଡର ଛାତ୍ର ଛାତ୍ରୀମାନଙ୍କ ପାଇଁ ତେଲୁଗୁ ଭାଷାରେ ମୁଦ୍ରଣ କରି, ଗଞ୍ଜାମ ଜିଲ୍ଲାର ସମସ୍ତ ବିଦ୍ୟାଳୟରେ ବ୍ୟବହାର କରିବା ପାଇଁ ନିଷ୍ପତ୍ତ ନିଆଗଲା । କଳା ସମ୍ବନ୍ଧିତ ଶିକ୍ଷା ମାଧ୍ଯମରେ ଶିକ୍ଷଣ ବ୍ୟବସ୍ଥା ଓ ତେଲୁଗୁ ଭାଷାରେ କାର୍ଯ୍ୟ, ପୁସ୍ତିକା ଯୋଗାଣକୁ ଗୁରୁତ୍ବ ଦିଆଯାଇଥିଲା । ମାସିକ ସଂପୂକ୍ତି ବୈଠକ ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା । ଏଫ୍ ଏଲ୍ ଏନ୍ କାର୍ଯ୍ୟକ୍ରମକୁ ଗଞ୍ଜାମ ଜିଲ୍ଲାରେ ତ୍ବରାନ୍ବୀତ କରିବା ପାଇଁ ଗୋଷ୍ଠୀ ସଂପୂକ୍ତିକୁ ଗୁରୁତ୍ବ ଦେବାପାଇଁ ପ୍ରାଧାନ୍ୟ ଦିଆଯାଇଥିଲା ।
ବୈଠକରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧୂକାରୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧୂକତାରୀ, ଜିଲ୍ଲା ମଙ୍ଗଳ ଅଧୂକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଛତ୍ରପୁର ବ୍ଲକ୍ ଶିକ୍ଷାଧୂକାରୀ ସୁଜିତ୍ କୁମାର ପାଢୀ, ଜିଲ୍ଲା ଶିକ୍ଷା ଓ ତାଲିମ୍ ଅନୁଷ୍ଠାନ ଖଲ୍ଲିକୋଟ ଗଞ୍ଜାମର, ଶୈକ୍ଷିକ ସଂଯୋଜକ, ସି.ଆର୍.ସି.ସି. ରାଜପୁର ଲକ୍ଷ୍ମଣ ସେଠୀ, ବକ୍ସିପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୈଳାଶ ଶବର, କତୁରୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୈଳାଶ ଚନ୍ଦ୍ର ବେହେରା, ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ପ୍ରଣମିତା ଦେବୀ,ସ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧୂକାରୀ ରଶ୍ମିରାଣୀ ନିମାକା ଓ ଅନ୍ୟାନ୍ୟ ଅଧୂକାରୀଗଣ ଉପସ୍ଥିତ ଥିଲେ । ଶେଷରେ ଏଡିଓ ଧନ୍ୟବାଦ ଅର୍ପଣ କରିଥିଲେ ।ରିପୋର୍ଟ ମନମୋହନ ପଟନାୟକ, ବ୍ରହ୍ମପୁର

Leave a Reply

Your email address will not be published. Required fields are marked *