• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ମଦ ବିରୋଧି ଅଭିଯାନ ବାଲ୍ୟାମ୍ବା ଗ୍ରାମବାସୀ, ମଦ ବନ୍ଦ ପାଇଁ ଅଣ୍ଟା ଭିଡିଛନ୍ତି ଯୁବଗୋଷ୍ଟି

Spread the love

ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ବାଲ୍ୟାମ୍ବା ଗ୍ରାମରେ ମଦ ବିରୋଧି ଅଭିଯାନରେ ଏଥର ମହିଳା ନୁହେଁ ପୁରୁଷମାନେ ତଥା ଗ୍ରାମର ଯୁବକମାନେ ଅଣ୍ଟାଭିଡିଛନ୍ତି। ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନକୁ ଏସଂପର୍କରେ ଜଣାଇବା ପରେ ଆଜି ମଧ୍ୟାହ୍ନ ୧୨ଟାରେ ଗ୍ରାମର ଶତାଧିକ ଯୁବକମାନେ ପ୍ଲାକାର୍ଡ ଧରି ମଦ ବିରୋଧରେ ଗ୍ରାମର ପ୍ରତି ସାହିରେ ଜନ ସଚେତନ କରୁଛନ୍ତି I ପ୍ରଥମେ ଗ୍ରାମବାସୀମାନଙ୍କୁ ସଚେତନ କରାଯାଉଛି। ଯଦି ଗ୍ରାମରେ ଚାଲିଥିବା ଚୋରା ମଦ ବ୍ୟବସାୟ ବନ୍ଦ ସହିତ ମଦ ପିଇଁଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରକାଶ କରିଛନ୍ତି ।ଯୁବ ଗୋଷ୍ଠି ଗ୍ରାମର ଘରଘର ବୁଲି ପ୍ରତ୍ୟକ ଲୋକମାନଙ୍କୁ ସଚେତନ କରାଇଛନ୍ତି!ସେମାନଙ୍କର ମୁଖ୍ୟ ଲକ୍ଷ ମଦ କୁ ଗ୍ରାମରୁ ସମ୍ପୂର୍ଣ ବନ୍ଦ କରାଯିବ!ସେହି ଗ୍ରାମବାସୀ ପ୍ରଶାସନ କୁ ଏ ବାବଦ ରେ ଜଣାଇଛନ୍ତି!

Leave a Reply

Your email address will not be published. Required fields are marked *