• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ନକଲି ଟାୟାର ଟ୍ୟୁବ୍ ଗୋଦାମ

{"remix_data":[],"remix_entry_point":"challenges","source_tags":["default"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":[],"tools_used":{"addons":1,"transform":1},"is_sticker":false,"edited_since_last_sticker_save":true,"containsFTESticker":false,"used_sources":{"version":1,"sources":[{"id":"445172676009201","type":"ugc"}]}}
Spread the love

ଦୀର୍ଘ ମାସର ବ୍ୟବଧାନ ପରେ ପୁଣି ଜଗତପୁର ଥାନା ଅଞ୍ଚଳରେ ଠାବ ହୋଇଛି ଆଉ ଏକ ନକଲି ଗୋଦାମ। ଯେଉଁ ଗୋଦାମରେ ମହଜୁଦ ରହିଥିଲା ବିପୁଳ ପରିମାଣର ନକଲି ଟାୟାର,ଟ୍ୟୁବ୍। ହିନ୍ଦୁସ୍ଥାନ ବ୍ରାଣ୍ଡକୁ ନକଲ କରି ଖୁଲମଖୁଲା ଏସବୁକୁ ବିକ୍ରି କରାଯାଉଥିଲା। ହିନ୍ଦୁସ୍ଥାନ ବ୍ରାଣ୍ଡ କର୍ତ୍ତୃପକ୍ଷଙ୍କ ଅଭିଯୋଗ ଆଧାରରେ ଜଗତପୁର ଖଇରା ବ୍ରିଜ ନିକଟରେ ଏହି ଗୋଦାମକୁ ଠାବ କରିବାରେ ସଫଳ ହୋଇଥିଲା ଜଗତପୁର ଥାନା ପୋଲିସ। ଉତ୍କଳ ଡିଷ୍ଟ୍ରିବ୍ୟୁଟର ନାମରେ ଚାଲିଥିଲା ଏହି ଗୋଦାମ। ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ସାଇକେଲ ବ୍ୟବହାର ଅଧିକ ରହିଥାଏ। ଏଥିପାଇଁ ଟାୟାର,ଟ୍ୟୁବ୍ ଗୁଡ଼ିକୁ ଉକ୍ତ ଗୋଦାମରୁ ଗ୍ରାମାଞ୍ଚଳକୁ ଯାଉଥିବା ଚଢାଉକାରୀ ଟିମ୍ ଜାଣିବାକୁ ପାଇଛି। ଗୋଦାମକୁ ସିଲ୍ ମାରି ମାଲିକକୁ ଥାନାକୁ ଆଣି ସତ୍ୟାସତ୍ୟ ପାଇଁ ତଦନ୍ତ ଆରମ୍ଭ କରିଛି ପୋଲିସ। ପୂର୍ବରୁ ଜଗତପୁର ଥାନା ଅଞ୍ଚଳରେ ସସ୍,ମସଲା,ଘିଅ,ସୋୟାବିନ୍,ସିମେଣ୍ଟ,ପାନ ମସଲା,ଚାଷ ପାଇପ, ମୋବିଲ୍,ଦୁଗ୍ଧ ଭଳି ନକଲି କାରଖାନାରେ ଚଢଉ କରାଯାଇଥିଲା। ପରେ ସେହି କାରଖାନା ଗୁଡ଼ିକୁ ସିଲ୍ ମାରି ସଂପୃକ୍ତ ମାଲିକକୁ ଜେଲ ହାଜତକୁ ପଠାଇ ସାରିଛି ପୋଲିସ। ତଥାପି ନକଲି କାରବାର ଥମିବାର ନାଁ ଧରୁନି।

Leave a Reply

Your email address will not be published. Required fields are marked *