• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ସ୍କୁଲ_ଛାତ୍ର_ଛାତ୍ରୀଙ୍କୁ_ମିଳିଲା_ଉପହାର

Spread the love

ହଁ ଦର୍ଶକ ବନ୍ଧୁ ଗତ କିଛି ଦିନ ତଳେ ସ୍କୁଲ ପଢୁଥିବା ଛାତ୍ର ଛାତ୍ରୀଙ୍କ ପାଇଁ ଶିକ୍ଷା ବିଭାଗ ନୂଆ ବ୍ୟବସ୍ଥା ଆଣିଥିବା ବେଳେ ଏବେ ମଧ୍ୟହ୍ନ ଭୋଜନକୁ ନେଇ ଆଉ ଏକ ତଥ୍ୟ ଆଣିଛନ୍ତି ସରକାର । ଯାହାଫଳରେ ସ୍କୁଲ ଛାତ୍ର ଛାତ୍ରୀଙ୍କ ବିଦ୍ୟାଳୟ ପ୍ରତି ଆଗ୍ରହ ବଢି ପାରେ ବୋଲି ଅନୁମାନ କରାଯାଉଛି । ଆପଣ ମାନେ ସମସ୍ତେ ଜାଣନ୍ତି ମଧ୍ୟାହ୍ନ ଭୋଜନ ଦବା ଫଳରେ ପିଲାଙ୍କୁ ପୋଷଣ ମିଳିବା ସହ ବିଦ୍ୟାଳୟ ଯିବା ପ୍ରତି ଆଗ୍ରହ ବଢୁଥିଲା । ଆଉ ଏବେ ପୁଣି ଥରେ ମଧ୍ୟାହ୍ନ ଭୋଜନରେ କ୍ଷୀର ମିଳିବ ବୋଲି ଜାଣଇବାକୁ ମିଳିଛି । ସୂଚନା ଅନୁସାରେ ଏଥର ଛାତ୍ରଛାତ୍ରୀଙ୍କୁ ୨୦୦ଏମ୍‌ଏଲ୍‌ କ୍ଷୀର ଦେବାକୁ ଯୋଜନା କରୁଛନ୍ତି ସରକାର । ତୋବୋ ମଧ୍ୟାହ୍ନ ଭୋଜନରେ ଛାତ୍ରଛାତ୍ରୀ ୨୦୦ ମିଲିମିଟର ଭିଟାମିନ A ଓ D ଯୁକ୍ତ କ୍ଷୀର ଦେବାକୁ ଯୋଜନା କରୁଛନ୍ତି ସରକାର । ଏନେଇ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସୂଚନା ଦେଇଛନ୍ତି । ଗତକାଲି ରାଷ୍ଟ୍ରପତି ରାଇରଙ୍ଗପୁରରେ ଗିଫ୍ଟ ମିଲ୍କ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଗିଫ୍ଟ ମିଲ୍କ ମାଧ୍ୟମରେ ୨୯ଟି ସ୍କୁଲରେ ୧୧୮୪ ପିଲାଙ୍କୁ ୨୦୦ ଏମ୍‌ଏଲ୍ କ୍ଷୀର ଦେବାର ଶୁଭାରମ୍ଭ ହୋଇଛି । ଏହି ଯୋଜନାରେ ପିଲାଙ୍କ ପୋଷଣରେ ଭିଟାମିନ ରହିବା ପାଇଁ ଏପରି ଅନେକ ବ୍ୟବସ୍ଥା କରାଯିବ । ଏହା ସହ ମନ୍ତ୍ରୀ କହିଛନ୍ତି, ରାଷ୍ଟ୍ରୀୟ ପଶୁଧନ ଗୋକୁଳ ଯୋଜନାରେ ଦୁଗ୍ଧ ଉତ୍ପାଦନ ସଶକ୍ତ କରାଯିବ । ଗୋକୁଳ ଯୋଜନାରେ ୩ ହଜାର ଗାଈ ଦେବାର ବ୍ୟବସ୍ଥା କରାଯାଇଛି । ଏଥିରେ ପାଖାପାଖି ୩୮ କୋଟି ଟଙ୍କା ଖର୍ଚ୍ଚ କରାଯିବ । ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ୭୦ ପ୍ରତିଶତ ରିହାତିରେ ୨ଟି ଗାଈ ଲୋକଙ୍କୁ ଦେବାର ବ୍ୟବସ୍ଥା କରାଯାଇଛି ।

Leave a Reply

Your email address will not be published. Required fields are marked *