• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ପ୍ରେମ କରିବା ପଡିଲା ମାହାଙ୍ଗା

Spread the love

ଦର୍ଶକ ବନ୍ଧୁ ପ୍ରେମ ଏକ ଅମୁଲ୍ୟ ସମ୍ପର୍କ ହେଲେ ସେଇ ପ୍ରେମ ଯେବେ ପାଗଳାମୀକୁ ଚାଲି ଆସେ ସେବେ ଜୀବନ ପାଇଁ କାଳ ସାଜି ଯାଏ । ଆଉ ଆଜି କାଲି ସମୟରେ ପ୍ରେମର ମାନେ ବିବାହ ନ ହୋଇ କେବଳ ସାଥିରେ ରହିବା ଯାଏ ସୀମିତ ହୋଇ ରହି ଯାଇଛି । ଠିକ୍ ଯେମିତି ସଞ୍ଜୟ ଆଉ ପିଙ୍କି । ସାଥିରେ ଥିବା ସମୟରେ ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଉଥିଲେ । ହେଲେ ଯେବେ ବିବାହ ପାଇଁ କଥା ଆସିଲା ସେବେ ପ୍ରେମିକ ସଞ୍ଜୟ ପ୍ରେମିକା ପ୍ରିୟଙ୍କା ପାଇଁ କାଳ ସାଜିଗଲା । ହଁ ଆଜ୍ଞା ସୂଚନା ଅନୁସାରେ ସଞ୍ଜୟ ନାମକ ଯୁବକ ପିଙ୍କି ନାମକ ଏହି ଯୁବତୀକୁ କୁ ଦୀର୍ଘ ବର୍ଷ ଧରି ପ୍ରେମ କରୁଥିଲା । ଖାଲି ଏତିକି ନୁହେଁ ସଞ୍ଜୟ ପିଙ୍କି ସହ କୁଆଡେ ପାଞ୍ଚ ବର୍ଷ କାଳ ଏକା ସହିତ ଗୋଟେ ଘର ମଧ୍ୟ ରହୁଥିଲା । ହେଲେ ଅଚାନକ ପିଙ୍କି ସଞ୍ଜୟକୁ ବିବାହ ପାଇଁ କହିବାରୁ ସଞ୍ଜୟ ମୁଣ୍ଡ ବିଗିଡୀ ୟାଇଥିଲା । ଆଉ ପିଙ୍କିକୁ ଜୀବନରୁ ମାରି ଦେଇ ଫ୍ରିଜ୍ ରେ ରଖି ଫେରାର ହେଇଗଲା । କିଛି ଦିନ ପରେ ଘର ଭିତରୁ ଦୁର୍ଗନ୍ଧ ବାହାରିବାରୁ ପାଖ ପଡୋଶୀ ସନ୍ଦେହ କରି ପୋଲିସକୁ ଖବର ଦେଇଥିଲେ । ପୋଲିସ ଆସି ଶବକୁ ଉଦ୍ଧାର କରିବା ପରେ ସମ୍ପୂର୍ଣ୍ଣ କଥା ସାମ୍ନାକୁ ଆସିଥିଲେ । ତେବେ ଏଭଳି ଏକ ଘଟଣା ରାଜସ୍ଥାନରେ ଘଟିଥିବା ବେଳେ ଚର୍ଚ୍ଚାର ବିଷୟ ପାଲଟିଛି ।

Leave a Reply

Your email address will not be published. Required fields are marked *