ଧାମନଗର ବ୍ଲକ ଅନ୍ତର୍ଗତ ଭଟସାହି ପଞ୍ଚାୟତସ୍ଥିତ ବହୁ ପୁରାତନ ପ୍ରସିଦ୍ଧ ପୀଠ ମା’ଦପାନାୟିକାଣି ନିକଟରେ ମକର ସଂକ୍ରାନ୍ତି ଉତ୍ସବ ମହାସମାରାହରେ ପାଳିତ ହୋଇଛି। ଶତାଧୁକ ବର୍ଷ ଧରି ଏହି ପ୍ରସିଦ୍ଧ ପୀଠରେ ମକର ସଂକ୍ରାନ୍ତି ପର୍ବ ପାଳନ କରାଯାଇ ଆସୁଥିବାବେଳେ ଚଳିତ ବର୍ଷ ବହୁ ସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁ ମା’ଙ୍କ ଦର୍ଶନ କରିବା ସହିତ ଭୋଗ ଲଗାଇ ଘୋଡ଼ା ଦେଇ ଆଶୀର୍ବାଦ ଭିକ୍ଷା କରିଛନ୍ତି । ମଠରେ ଚଳିତ ବର୍ଷ ୯ ଦିନକାଳ ପୂଜା ପାଳନ କରାଯାଉଥିବା ନେଇ କମିଟି ପକ୍ଷରୁ ସୂଚନା ମିଳିଛି। ଏଥିରେ ମୀନାବଜାର ସହ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଅନୁଷ୍ଠିତ ହେଉଛି ।ସେହିପରି ଖଡ଼ିପଦା ପଞ୍ଚାୟତସ୍ଥିତ ବହୁ ପୁରାତନ ପ୍ରସିଦ୍ଧ ପୀଠ କାଞ୍ଜିଆପାଳରେ ମକର ସଂକ୍ରାତି ଉତ୍ସବ ମହାସମାରାହରେ ପାଳିତ ହୋଇଛି। ଶତାଧୁକ ବର୍ଷ ଧରି ଏହି ପ୍ରସିଦ୍ଧ ମହାପୁରୁଷ ପରମହଂସଙ୍କ ପୀଠରେ ମକର ସଂକ୍ରାନ୍ତି ପର୍ବ ପାଳନ କରାଯାଇ ଆସୁଥୁବାବେଳେ ଚଳିତ ବର୍ଷ ବହୁ ସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁ ମହାପୁରୁଷ ଗାଦି ଦର୍ଶନ କରିବା ସହିତ ଅଲୌକିକ କାଞ୍ଜିପାଣି ପାନ କରିଛନ୍ତି। ଲୋକେ ମଠରେ ପୋଡ଼ ପିଠା ଓ ପଣ। ଭୋଗ ଲଗାଇ ଆଶୀର୍ବାଦ ଭିକ୍ଷା କରିଛନ୍ତି। ମଠରେ ଚଳିତ ବର୍ଷ ୨ ଦିନକାଳ ପୂଜା ପାଳନ କରାଯାଉଥିବା ନେଇ କମିଟି ପକ୍ଷରୁ ସୂଚନା ମିଳିଛି। ଏଥୁରେ ମୀନାବଜାର ସହ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ସୁରକ୍ଷା ଦୃଷ୍ଟିରୁ ଧାମନଗର ପୁଲିସ ପକ୍ଷ ବ୍ୟପକ ବ୍ୟବସ୍ଥା କରାଯାଇଥିବା ଥାନାଧିକା ଫନିଦ୍ର ଭୂଷଣ ନାୟକ ସୂଚନା ଦେଇଛନ୍ତି ଅସୁରାଳିସ୍ଥିତ ମା’ ବରୁଣାଇ ପୀଠରେ ମକ ମେଳା ଧୂମଧାମରେ ପାଳନ କରାଯାଉଛି ଭଦ୍ରକ-ଆଖଣ୍ଡଳମଣି ରାଜ୍ୟ ରାଜପଥ ପାର୍ଶ୍ୱ ଅବସ୍ଥିତ ଦେବୀଙ୍କ ଏହି ଆରାଧନାସୁ ଳ ନେତ୍ରପୀଠ ନାମରେ ପରିଚିତ। ଏହି ମେଳ ଚଳିତ ବର୍ଷ ୫୫ବର୍ଷର ପଦାର୍ପଣ କରିଛି ଏଠାରେ ଦୁଇ ଦିନ ବ୍ୟାପୀ ମକର ସଂକ୍ରାନ୍ତି ତଥା ମକର ମେଳା ପାଳନ କରାଯାଇଥାଏ। ପ୍ରାକୃତିଙ୍କ ପରିବେଶ ମଧ୍ୟରେ ଥିବା ଏହି ପୀଠ ଏବେ ମକର ମେଳା ପାଇଁ ଉତ୍ସବ ମୁଖର ହୋଇଛି। ଏହି ପ୍ରସିଦ୍ଧ ମକର ମେଳା ଦେଖିବା ପାଇଁ ବହୁ ଦୂରଦୂରାନ୍ତରୁ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହେଉଛି। ସୁରକ୍ଷା ଦୃଷ୍ଟିରୁ ପୁଲିସ ପକ୍ଷରୁ ବ୍ୟପକ ବ୍ୟବସ୍ଥା କରାଯାଇଥିବା ଥାନାଧିକାରୀ ସୂଚନା ଦେଇଛନ୍ତି । ଏହି ପ୍ରସିଦ୍ଧ ମକର ମେଳାରେ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ପୁର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ରାଜେନ୍ଦ୍ର ଦାସ, ପୂର୍ବତନ ବ୍ଲକ୍ ଅଧ୍ଯକ୍ଷ ଅଶୋକ ନାୟକଙ୍କ ସମେତ ପଞ୍ଚାୟତସ୍ତରୀୟ ନେତା ଓ କର୍ମୀ ପୀଠରେ ପହଞ୍ଚି ମା’ଙ୍କ ଦର୍ଶନ କରିଛନ୍ତି।