• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଅଭିରାମ ପରମହଂସ ବିଦ୍ୟାଳୟର 1995 ବ୍ୟାଚ ର ବନ୍ଧୁମିଳନ

Spread the love

କଟକ ସଦର ଥାନା ଅନ୍ତର୍ଗତ ଅଭିରାମ ପରମହଂସ ବିଦ୍ୟାଳୟର 1995 ମେଟ୍ରିକ ବ୍ୟାଚ ବନ୍ଧୁମିଳନ କାର୍ଯ୍ୟକ୍ରମ ନାଗବାଲି ସ୍ଥିତ ଭୀମସେନ ପ୍ୟାଲେସ ରେ ଅନୁଷ୍ଠିତ ହୋଇଯାଇଛି,ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ଉତ୍ତରୀୟ ଓ ପୁଷ୍ପଗଛ ଦେଇ ସମ୍ଭର୍ଦ୍ଧିତ କରାଯାଇଥିଲା,ଦୀର୍ଘ 30 ବର୍ଷ ବ୍ୟବଧାନରେ ପରସ୍ପର କୁ ପାଖରେ ପାଇ ଭାବବିହୋଳ୍ଳ ହୋଇପଡ଼ିଥିଲେ,ସେତେବେଳେ ପଢ଼ୁଥିବା ଶିକ୍ଷା ଓ ଶିକ୍ଷକଙ୍କ ବିଷୟରେ ଆଲୋଚନା କରିବା ସହିତ ପରସ୍ପର ଭିତରେ ଭାବର ଆଦାନ ପ୍ରଦାନ ହୋଇଥିଲା,ନିଜ ନିଜ ଭିତରେ ଥିବା ସେଇ ପିଲା ବେଳର ସ୍ମୁତିକୁ ସାଉଁଟି ଥିଲେ,ପୁଣି କିଏ କେତେବେଳେ କେଉଁ ସାରଙ୍କ ଠାରୁ ମାଡ଼ ଖାଇବା ବିଦ୍ୟାଳୟ କୁ ନଆସି ବାଟରେ ବ୍ୟାଗ କୁ ଥୋଇ ପାଣିରେ ବୁଡିବା ଓ ବେତ ଛାଟ ଆଜି ବି ମନେ ପଡେ ବୋଲି ଆଲୋଚନା କରିଥିଲେ,ସେମାନେ ଏକ କମିଟି ଗଠନ କରି ପରସ୍ପର କୁ ସାହାଯ୍ୟ କରିବା ସହିତ ସେମାନେ ପଢ଼ୁଥିବା ବିଦ୍ୟାଳୟ ର ଉର୍ନତି କରିବେ ବୋଲି ସମସ୍ତେ ଶପଥ ନେଇଥିଲେ,ତେବେ ଯାହା ହଉ ବେସ୍ତବହୁଳ ଜୀବନ ଭିତରୁ ବାହାରି ସମସ୍ତେ ଏକତ୍ରିତ ହୋଇଥିଲେ,ତଥାପି ବି ମନରେ ଦମ୍ଭ ରହିଛି ଆର ବର୍ଷ କୁ ପୁଣି ଏହି ବନ୍ଧୁମିଳନ କାର୍ଯ୍ୟକ୍ରମକୁ ବଡ଼ ଧୂମଧାମରେ ପାଳନ କରିବେ ବୋଲି ମତ ଦେଇଥିଲେ,ସମସ୍ତେ ସାଙ୍ଗମାନେ ଭୋଜି ଖାଇ ବିଦ୍ୟାଳୟରେ ଅନୁଷ୍ଠିତ ହେଉଥିବା ସରସ୍ୱତୀ ପୂଜା ଓ ଗଣେଶ ପୂଜା ଭୋଜି କଥା ମନେ ପକାଇଥିଲେ,ଉକ୍ତ କାର୍ଯ୍ୟକ୍ରମ କୁ ପ୍ରଶାନ୍ତ ବେହେରା ଙ୍କ ସହ ସମସ୍ତ ପୁରାତନ ଛାତ୍ରଛାତ୍ରୀ ମାନେ ସହଯୋଗ କରିଥିଲେ

Leave a Reply

Your email address will not be published. Required fields are marked *