ପୂର୍ବ ସରକାର ରେ 5T ମାଧ୍ୟମରେ ଗାଁ ଗାଁ ରେ ଥିବା ସ୍କୁଲ ଗୁଡିକୁ ରୂପାନ୍ତିକରଣ କରିବା ପାଇଁ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି,, କିନ୍ତୁ ତଥାବି ଭଙ୍ଗା ଦଦରା ଶ୍ରେଣୀ ଗୃହ ଓ ବାରଣ୍ଡାରେ ଚାଲିଛି ପାଠ ପଢା, ଦିନେ ନୁହଁ କି ଦୁଇ ଦିନ ନୁହଁ, ବର୍ଷ ବର୍ଷ ଧରି ଏଭଳି ବିପଦ ସଂକୁଳ ଅବସ୍ଥାରେ ଏମାନେ ପାଠ ପଢୁଛନ୍ତି.
ଅନଗୁଳ ଜିଲ୍ଲା ପାଳଲହଡା ବ୍ଲକ ଅନ୍ତର୍ଗତ ପବିତ୍ରପୁର ପଞ୍ଚାୟତ ର ସାନବାଗଦାରୀ ଗାଁ, ଏଠାରେ ଥିବା ସରକାରୀ ଉଚ୍ଚ ପ୍ରଥମିଳକ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଥିବା ବେଳେ 105 ଜଣ ଛାତ୍ର ଛାତ୍ରୀ ପାଠ ପଢୁଛନ୍ତି,, ବିଦ୍ୟାଳୟରେ 5 ଟି ଶ୍ରେଣୀଗୃହ ଥିବାବେଳେ ଗୋଟିଏ ଶ୍ରେଣୀ ଗୃହ ସମ୍ପୂର୍ଣ ନଷ୍ଟ ହୋଇଯାଇଛି,, ଆଉ 4 ଟି ଶ୍ରେଣୀଗୃହ ମଧ୍ୟରୁ 3 ଟି ରୁ ବର୍ଷା ହେଲେ ପାଣି ଗଳୁଛି,, ସେମିତିରେ ଚାଲିଛି ପ୍ରଥମରୁ ଅଷ୍ଟମ ଯାଏ ପାଠ ପଢା,, ଆବଶକ୍ୟ ଶ୍ରେଣୀ ଗୃହ ଅଭାବ ରୁ ଗୋଟିଏ ଶ୍ରେଣୀ ଗୃହକୁ ଭାଗ କରି ଦୁଇଟି କ୍ଲାସ କରାଯାଉଛି,, କେବଳ ସେତିକି ନୁହଁ ସ୍କୁଲ ର ଅଫିସ ଗୃହ ନଥିବାରୁ ଗୋଟିଏ ପଟେ ପାଠ ପଢା ଯାଉଛି ଓ ଅନ୍ୟପଟେ ଅଫିସ କରାଯାଇଛି,, ଶ୍ରେଣୀର ମଝିରେ ଗଡ଼ରେଜ ଥୋଇ ଦୁଇ ଭାଗ କରାଯାଇଛି,, ଗୋଟିଏ ପଟେ ଛାତ୍ର ଛାତ୍ରୀ ତ ଆରପଟେ ଅଫିସ ର ଆସବାବ ପତ୍ର, ଚାଉଳ ବସ୍ତା, ପନି ପରିବା ମଧ୍ୟ ରଖା ଯାଇଛି,, ଏପରି ହେଲେ କେମିତି ପାଠ ପଢୁଥିବେ ଛାତ୍ର ଛାତ୍ରୀ ଆପଣ ମାନେ ଅନୁମାନ କରିପାରୁଥିବେ,, ଖାଲି ସେତିକି ନୁହଁ ଅନ୍ୟ ଶ୍ରେଣୀ ଗୃହ ଗୁଡିକରେ ମଧ୍ୟ ସମାନ ଅବସ୍ଥା,, ଗୋଟିଏ ଶ୍ରେଣୀରେ 2 ଟି କ୍ଲାସ କରାଯାଉଛି,, ତଥାବି ଜାଗା ନହେବାରୁ ଗୋଟିଏ ଶ୍ରେଣୀର ପିଲାମାନେ ବାରଣ୍ଡାରେ ବସି ପାଠ ପଢୁଛନ୍ତି.
ଖାଲି ସେତିକିରେ ସମସ୍ୟା ସରିନାହିଁ,, ଏଠି ବର୍ଷା ହେଲେ ଛାତରୁ ପାଣି ଗଳୁଛି,, ଯାହା ଫଳରେ ଛାତ୍ର ଛାତ୍ରୀ ପାଠ ପଢିବାରେ ବହୁତ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି,,
ଇଏ ଦୀର୍ଘ ବର୍ଷର ସ୍କୁଲ,, ଏଠି ଅନେକ ଛାତ୍ର ଛାତ୍ରୀ ପାଠ ପଢି ନିଜର ଭବିଷ୍ୟତ ଗଢିଲେଣି,, କିନ୍ତୁ ସରକାରଙ୍କ ଏହି ସ୍କୁଲ ପ୍ରତି ବୈମାତୃକ ମନଭାବ ଜଗୁ ଆଜି ଏହି ସ୍କୁଲ ର ଶ୍ରେଣୀ ଗୁଡିକ ଜରାଜୀର୍ଣ୍ଣ ଅବସ୍ଥାରେ,, ତଥାବି ବିପଦ ଅବସ୍ଥାରେ ପିଲା ପାଠ ପଢୁଛନ୍ତି,, ଯଦି କିଛି ଅଘଟଣ ଘଟିଲେ ଏଥିପାଇଁ କିଏ ଦାୟୀ ରହିବେ ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି.
ଅନ୍ୟପଟେ ଅନେକ ପୂର୍ବରୁ ପାଳଲହଡା ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖି ଅବଗତ କରାଯାଇଥିବା ପ୍ରଧାନ ଶିକ୍ଷକ ପ୍ରକାଶ କରିଛନ୍ତି,, ଏବଂ ଛାତ୍ର ଛାତ୍ରୀଙ୍କୁ ବାଧ୍ୟ ହୋଇ ବିପଦ ସଂକୁଳ ଶ୍ରେଣୀରେ ପାଠ ପଢାଉଛୁ, ଯଦି ନୂତନ ଶ୍ରେଣୀ ଗୃହ ପ୍ରଦାନ କଲେ ସମସ୍ତେ ଉପକୃତ ହେବେ ବୋଲି କହିଥିଲେ .