ଆମେ କଣ କରିବୁ ଆମେ ଦେଖେଇ ଦବୁ, ଘରେ ମା ଭଉଣୀ ଥାଇ ବି ଆମକୁ କହିଲେ , ତମର ଡ୍ୟାସ ମାରିବୁ
ଏକଥା ଆମର ନୁହେଁ ଏ କଥା ହେଉଛି ଏଠି ନାରା ଦେଇଥିବା ସମସ୍ତ ଏମବିକେ ଆଉ ସିଆରପିଙ୍କ କଥା । 3ବର୍ଷ ଧରି କାମ କରି ମାତ୍ର 3ମାସର ବେତନ ପାଇଥିବା ମାହାଙ୍ଗା ବ୍ଲକ 14ଟି ପଞ୍ଚାୟତର ସିଆରପି ଓ ଏମବିକେମାନେ ବକେୟା ଦରମା ପାଇବା ଦାବିରେ ଗତକାଲି ଠାରୁ ଆମରଣ ଅନଶନରେ ବସିଥିଲେ । ଆଜି ଏହାର ଦ୍ଵିତୀୟ ଦିନରେ ମଧ୍ୟ ଏହି ମହିଳା ମାନେ ଧାରଣ ଦେଇଛନ୍ତି । କିନ୍ତୁ ଏଠାକାର ବିଧାୟକ କୁଆଡେ ଗୁଣ୍ଡା ଆଣି ଏହି ମା ଭଉଣୀ ମାନଙ୍କୁ ଧମକ ଦେବା ସହ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଛନ୍ତି । ଖାଲି ଏତିକି ନୁହେଁ କୁଆଡେ ଘଟଣାକୁ ଆୟତ କରିବା ପାଇଁ ଏମାନହ୍କ ଉପରେ ଲାଠି ଚାଳନା ମଧ୍ୟ କରିଛନ୍ତି । ତେବେ ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ ,
ଜଣେ ବିଧାୟକ ହୋଇ ମହିଳା ମାନଙ୍କ ପ୍ରତି ଏଭଳି ବ୍ୟବହାର କରିବା କେତେଦୂର ଯୁକ୍ତି ଯୁକ୍ତ। ବିଧାୟକ କଣ ଓଡିଶା ରେ ବାହୁ ବଳି ବିଧାୟକ ର ପରିଚୟ ପାଇବାକୁ ଏଭଳି ହୀନ କାର୍ଯ୍ୟାଳୟ ରେ ଲିପ୍ତ ରହିବାକୁ ଉଦ୍ୟମ କରୁଛନ୍ତି କି. .? ଆଉ ଯଦି ଆଜି ସେମାନେ ତାଙ୍କ ଅଧିକାର ପାଇଁ ମୁହଁ ଫିଟାଇଛନ୍ତି ତାହାଲେ ସେମାନଙ୍କୁ ଏଭଳି ଧମକ ଦେବା କଣ ସତରେ ଉଚିତ୍ । ଦର୍ଶକ ବନ୍ଧୁ ପ୍ରଶ୍ନ ଆମର ଉତ୍ତର ଆପଣ ମାନଙ୍କର ଏଭଳି କରିବା ବିଧାୟକ ସାରଙ୍କର କେତେ ଦୂର ଠିକ୍ । ଆଉ ଏଭଳି ଘଟଣା ପାଇଁ କେଉଁ ପଦକ୍ଷେପ ନେବା ଉଚିତ୍