ମାହାଙ୍ଗା ବ୍ଲକ ସମ୍ମୁଖରେ ୩ ଦିନ ଧରି ଦିନ ରାତି ଧାରଣାରେ ବସିଥିବା ମାହାଙ୍ଗା ବ୍ଲକ ର ୧୪ ଟି ପଞ୍ଚାୟତ ର ୧୬୨ ଜଣ CRP ଓ MBK ସଦସ୍ୟା ମାନେ ଧାରଣା ପ୍ରତ୍ୟାହୃତ କରିଛନ୍ତି,ଆଜି ମାହାଙ୍ଗା ବିଡ଼ିଓ,ମାହାଙ୍ଗା ତହସିଲଦାର ଙ୍କ ସହିତ ଧାରଣା ଦେଇଥିବା CRP ଓ mbk ସଦସ୍ୟା ମାନକ ଭିତରୁ ୫ ଜଣ କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବ୍ ଶିନ୍ଧେ ଙ୍କୁ ସାକ୍ଷାତକରି ତାଙ୍କର ବକେୟା ପାଉଣା ସହିତ ବିଭିନ୍ନ ପ୍ରକାର ଦାବି ସମ୍ପର୍କରେ ଜଣାଇଥିଲେ, କଟକ ଜିଲ୍ଲାପାଳ ୧୫ ଦିନ ଭିତରେ CRP MBK ସଦସ୍ୟା ମାନକ ଦାବି ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ବୋଲି କହିଛନ୍ତି,୧୫ ଦିନ ଭିତରେ ଏହି ଦାବି ପୂରଣ କରିବା ସମର୍କରେ କଟକ ଜିଲ୍ଲାପାଳ ପ୍ରତିଶ୍ରୁତି ଦେବାରୁ ଆଜି ରାତିରେ ମାହାଙ୍ଗା ବ୍ଲକ ସମ୍ମୁଖରେ ଦିନ ରାତି ଧାରଣାରେ ବସିଥିବା ସମସ୍ତ CRP MBK ସଦସ୍ୟା ମାନେ ଧାରଣା ପ୍ରତ୍ୟାହୃତ କରିବା ସହିତ ମାହାଙ୍ଗା ବିଜେପି ନେତା ସୁମନ୍ତ କୁମାର ଘଡେଇ ଙ୍କ ନଷ୍ପତି ଓ ସହଯୋଗ ପାଇଁ ତାଙ୍କୁ ଧନ୍ୟବାଦ ଦେଇଛନ୍ତି। ,ଯଦି ୧୫ ଦିନ ଭିତରେ ଜିଲ୍ଲାପାଳ ଦେଇଥିବା ପ୍ରତିଶୃତି ନ ରଖନ୍ତି ତାହେଲେ ଆଉଥରେ ତୀବ୍ର ରୂପରେ ଧାରଣା ଦେଇ ଆନ୍ଦୋଳନ ଜାରି ରହିବ ବୋଲି ଧାରଣାରେ ବସିଥିବା CRP MBK ସଦସ୍ୟା ମାନେ କହିଛନ୍ତି।