• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ବିଶ୍ୱ ରେ ଏପରି ଏକ ଦେଶ ଯିଏ ଆଣିବାକୁ ଯାଉଛି ଇଲେକ୍ଟ୍ରିକ ଗାଡି

ByOdishri Khabar

Apr 30, 2025
Spread the love

ସମସ୍ତେ ପେଟ୍ରୋଲୁ ମୁକ୍ତି ପାଇବାକୁ କିଣନ୍ତି ଇଲେକ୍ଟ୍ରିକ ଗାଡି । ସେ ୨ ଚକିଆ ହେଉ କି ୪ ଚକିଆ । କିନ୍ତୁ କେବେ ଇଲେକ୍ଟ୍ରିକ ରାସ୍ତା କଥା ଶୁଣିଛନ୍ତି କି । ଅନେକଙ୍କ ଉତ୍ତର ନାଁ ଆସିବ । ବାସ୍ତବରେ ରେ ବିଶ୍ବର ଏପରି ଏକ ଦେଶ ଯିଏ ଆଣିବାକୁ ଯାଉଛି ଇଲେକ୍ଟ୍ରିକ ରାସ୍ତା । ଏହା ଦେଶର ନାଁ ହେଉଛି ସ୍ବିଡେନ ।

ସ୍ଥାୟୀ ଭାବରେ ଇଲେକ୍ଟ୍ରିକ ରାସ୍ତା ତିଆରି କରିବାରେ ଏହା ହେଉଛି ବିଶ୍ବର ପ୍ରଥମ ଦେଶ ।ଏହି ରାସ୍ତାର ବିଶେଷତ୍ୱ ହେଉଛି ଯେ ଯାତାୟାତ ସମୟରେ ଇଲେକ୍ଟ୍ରିକ ଗାଡିଗୁଡ଼ିକୁ ସହଜରେ ଚାର୍ଜ କରାଯାଇପାରିବ। ଏହି ୟୁରୋପୀୟ ଦେଶର ଲକ୍ଷ୍ୟ ହେଉଛି ୩ହଜାର କିଲୋମିଟରରୁ ଅଧିକ ରାସ୍ତାକୁ ବିଦ୍ୟୁତୀକରଣ କରିବା। ଏଠାରେ ଇଲେକ୍ଟ୍ରିକ୍ ଗାଡି ପାଇଁ ଏକ ଦୃଢ଼ ଇକୋସିଷ୍ଟମ ସୃଷ୍ଟି ହେଉଛି।ତେବେ ଇଲେକ୍ଟ୍ରିକ ଗାଡିର ମାଲିକ ଏହା ଦ୍ୱାରା ବହୁତ ଲାଭବାନ ହେବେ । କାରଣ ସେମାନେ ଏହି ରାସ୍ତାରେ ଯାତ୍ରା କରିବା ସମୟରେ ସେମାନଙ୍କର ଗାଡିଗୁଡ଼ିକୁ ଚାର୍ଜ କରିପାରିବେ। ଏଥିପାଇଁ ଚାର୍ଜ ହେବାକୁ ଥିବା ଗାଡ଼ିରେ ଏକ ମୁଭେବଲ୍ ଆର୍ମ ଲଗାଇବାକୁ ପଡିବ। ଏହା ରାସ୍ତାରେ ଥିବା ଟ୍ରାକ ସହିତ ସଂଯୋଗ ହେବ । ଆଉ ରାସ୍ତାରେ ଯାଉଥିବା ଗାଡ଼ିର ବ୍ୟାଟେରୀକୁ ଚାର୍ଜ କରିବ ।ତେବେ ଏପରି ରାସ୍ତା ନିର୍ମାଣ ପାଇଁ ପ୍ରତି କିଲୋମିଟର ପିଛା ୧.୨ ଡଲାର ନିୟୁତ ଖର୍ଚ୍ଚ ହେବ। ରାସ୍ତାର ଖାସ୍ କଥା ହେଉଛି ଏହାର ଉପର ଭାଗରେ କୌଣସି ବିଦ୍ୟୁତ ନାହିଁ । ସମସ୍ତେ ଏଥିରେ ଖାଲି ପାଦରେ ମଧ୍ୟ ଚାଲିପାରିବେ ।

Leave a Reply

Your email address will not be published. Required fields are marked *