OPSC ଏବଂ OSSC ପରୀକ୍ଷା ନେଇ ତେଜିଛି ଅସନ୍ତୋଷ ଛାତ୍ରଛାତ୍ରୀମାନେ ପରୀକ୍ଷା ବାତିଲ କରିବାକୁ ଦାବି କରିଥିବା ବେଳେ ଏହାକୁ ନେଇ ଆରମ୍ଭ ହୋଇଛି ରାଜନୀତି. ପରୀକ୍ଷାରେ ତ୍ରୁଟି କୁ ନେଇ ବିରୋଧୀ ସରକାରଙ୍କୁ ଦାୟୀ କରିଥିବା ବେଳେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଏଥିରେ ଯାହାର ଦୋଷ ତ୍ରୁଟି ରହିଛି ସରକାର ତଦନ୍ତ ପଦକ୍ଷେପ ଗ୍ରହଣ କରିବେ. ଏଥିପାଇଁ ସରକାର ଦାୟୀ.ବିରୋଧୀଙ୍କୁ ଜବାବ୍ ଦେଇ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନିଆଯିବ
ସୂଚନାଅନୁଯାଇ , ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନ୍ (ossc) ୨୧ଟି ଏସ୍ଆଇ ଟ୍ରାଫିକ ପଦବି (ଗ୍ରୁପ୍ ବି), ୧୦ଟି ଏସ୍ଆଇ ଏକ୍ସାଇଜ୍ ପଦବି (ଗ୍ରୁପ୍ ସି) ପାଇଁ ମିଳିତ ଲିଖିତ ପରୀକ୍ଷା ଥିଲା। ଏଥିପାଇଁ ହଜାର ହଜାର ପରୀକ୍ଷାର୍ଥୀ ରାଜ୍ୟର ସମସ୍ତଜିଲ୍ଲାମୁଖ୍ୟାଳୟରେ ହୋଇଥିବା ପରୀକ୍ଷା କେନ୍ଦ୍ରକୁ ଆସି ପରୀକ୍ଷା ଦେଇଥିଲେ। ହେଲେ ଏଥିରେ ଯେଉଁ ସବୁ ବିଷୟରେ ପ୍ରଶ୍ନ ଆସିବା କଥା ନଆସି ଅନ୍ୟ ବିଷୟରେ ପ୍ରଶ୍ନ ପଡ଼ିଥିଲା। ଯାହାକୁ ନେଇ ସମସ୍ତ ପରୀକ୍ଷା କେନ୍ଦ୍ରରେ ଉତ୍ତେଜନା ଦେଖାଦେଇଥିଲା। ପରୀକ୍ଷାରେ ହୋଇଥିବା ତ୍ରୁଟି ନେଇ ossc କର୍ତ୍ତୃପକ୍ଷ ସ୍ବୀକାର କରିଥିଲେ ଏହାକୁ ବାତିଲ୍ କରିନାହାନ୍ତି। ବରଂ ଅତି ଚାଲାକିର ସହ କହିଛନ୍ତି ଯେ ଆଉ ଏକ ପରୀକ୍ଷା କରିବାର ବିକଳ୍ପ ଉପରେ ଆୟୋଗ ବିଚାର କରୁଛନ୍ତି.
ପରୀକ୍ଷାର୍ଥୀମାନେ କହିଛନ୍ତି ଯେ ପୂର୍ବରୁ ନିଯୁକ୍ତି ନେଇ ଯେତେବେଳେ ବିଜ୍ଞାପନ ବାହାରିଥିଲା, ସେଥିରେ ଯେଉଁସବୁ ବିଷୟ ଉପରେ ପ୍ରଶ୍ନପତ୍ର ପଡ଼ିବ ବୋଲି ପାଠ୍ୟକ୍ରମ ଜରିଆରେ କୁହାଯାଇଥିଲା ତାହା ଆଜିର ପରୀକ୍ଷାରେ ଦେଖିବାକୁ ମିଳିନଥିଲା। ଇଂରାଜୀ, ଓଡ଼ିଆସମ୍ବନ୍ଧରେ କୌଣସି ପ୍ରଶ୍ନ ନଥିଲା ବରଂ ସିଜିଏଲ୍ରୁ ପ୍ରଶ୍ନ ପଡ଼ିଥିଲା। ଏନେଇ ଅଭିଯୋଗ କରିଥିଲେ ବି କେହି ଶୁଣିନଥିଲେ.
ଓଡ଼ିଶା ଲୋକସେବା ଆୟୋଗ (opsc ) ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ (ocs )- ୨୦୨୩ ପରୀକ୍ଷାରେ ପ୍ରଶ୍ନପତ୍ର ଅଦଳବଦଳ ଯୋଗୁ ତ୍ରୁଟି ହେଇଥିଲା ପ୍ରଶ୍ନପତ୍ରରେ ତ୍ରୁଟି ଅଭିଯୋଗ ଆଣିଛନ୍ତି ପରୀକ୍ଷାର୍ଥୀ
ତେବେ ଦେଖିବାକୁ ବାକି ରହିଲା କେତେ ଶୀଘ୍ର ଏହାର ତଦନ୍ତ ହେଉଛି ଏବଂ ପରୀକ୍ଷାଥୀ ନିଜର ପରୀକ୍ଷା ସଠିକ ଭାବ ରେ ଦେଇପାରୁଛନ୍ତି