• Wed. Apr 15th, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଶିଶୁ_ପାଇଁ_ଜିଲ୍ଲାପାଳ_ଙ୍କ_ଦ୍ୱାରସ୍ଥ

{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":[],"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}
Spread the love

ଅନୁଗୋଳ ଜିଲ୍ଲା ଅନୁଗୋଳ ବ୍ଲକ ଅନ୍ତର୍ଗତ ଶାବଳଭଙ୍ଗା ଗ୍ରାମ ବେହେରା ସାହିର ୭ ମାସର ନୀରିହ ଶିଶୁ ଯକୃତ କର୍କଟ ରୋଗରେ ପୀଡିତ ନେଇ ସରକାରୀ ସହାୟତା ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ବାପାମାଆ। ନିରୀହ ଶିଶୁଟି ହେଲେ ସାଗର ବେହେରା ଙ୍କ ୭ ମାସର ଶିଶୁ ତନ୍ମୟ ବେହେରା। ନିରୀହ ଶିଶୁଟି ଜନ୍ମ ପରେ ପରିବାରରେ ହସଖୁସିର ଲହରି ଯାଇଥିଲା ପରିବାରେ। କିନ୍ତୁ ଏହି ଖୁସି ବେଶୀଦିନ ରହିପାରିଲା ନାହିଁ ପରିବାରରେ। ଜନ୍ମ ର ଅଢେଇ ମାସ ପରେ ଭାଗ୍ୟ ଡୋରି ଛିଡିଲା ପରି ଶିଶୁଟି ପେଟ ବେମାର ରେ ପୀଡିତ ହୋଇ ସମ୍ ହସ୍ପିଟାଲ କୁ ଚିକିତ୍ସା ନିମନ୍ତେ ଯାଇଥିଲା। ଡାକ୍ତରଙ୍କ ଠାରୁ ରିପୋର୍ଟ ଶୁଣି ମୁଣ୍ଡରେ ଚଡକ ପଡି ଯାଇଥିଲା କି ଶିଶୁଟି ଲିଭର କ୍ୟାନସର ହୋଇଛି। ପ୍ରାୟ ୧୫ ଦିନର ଚିକିସ୍ଥା ପରେ ଚିକିସ୍ଥା ଅର୍ଥ ସଂକଟ ସାଜିଥିଲା। ଶେଷରେ ନିରୁପାୟ ହୋଇ ପରିବାରବର୍ଗ କଟକ ଏସସିବି ଶିଶୁ ଭବନ କୁ ସ୍ଥାନାନ୍ତରିତ କରାଇଥିଲେ। ପ୍ରାୟ ଏକ ସପ୍ତାହ ଚିକିସ୍ଥା ପରେ ଦେବଦୂତ ସାଜି ପାଖରେ ପହଞ୍ଚିଥିଲେ HRDF INDIA ସଂସ୍ଥାର ଅସହାୟ ପ୍ରେମୀ ଦୁଃଖ ବନ୍ଧୁ ବିଶ୍ଵାଳ। କିଛି ଆର୍ଥିକ ସାହାର୍ଯ୍ୟ କରିବା ସହିତ ତାଙ୍କ ନେତୃତ୍ଵରେ ଦିଲ୍ଲୀ AIIMS ଚିକିତ୍ସାଳୟରେ ଭର୍ତ୍ତି କରି ଚିକିତ୍ସା କରାଇଥିଲେ। ଶିଶୁର ସ୍ୱାସ୍ଥ୍ୟ ଉନ୍ନତି ପରେ ପରିବାର ଲୋକେ ଘରକୁ ଫେରିଥିଲେ। ଦ୍ଵିତୀୟ ଥର ଦିଲ୍ଲୀ ଯାଇ ଚିକିତ୍ସା କରାଇବା ପରିବାର ଲୋକେ ଅସମର୍ଥ ହେବାରୁ ଆଜି ଜିଲ୍ଲାପାଳଙ୍କ ନିକଟରେ ଦ୍ୱାରସ୍ଥ ହୋଇଥିଲେ। ଜିଲ୍ଲାପାଳ ଆର୍ଥିକ ସହାୟତା ବାବଦକୁ ୨୫୦୦ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି। ଏବେ କଥା ରହିଲା କି ପରିବାର ଲୋକେ ଦିଲ୍ଲୀ ଯାଇ ଚିକିତ୍ସା କରାଇବେ କେମିତି। ଶେଷରେ ପରିବାରବର୍ଗ ପୁଅର ଚିକିତ୍ସା ପାଇଁ ଜନସାଧାରଣ ଓ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *