• Wed. Apr 22nd, 2026

Odishri Khabar

ସତ୍ୟ ଯେତିକି ,ତଥ୍ୟ ସେତିକି ...

ଫୁଲ ର ରଙ୍ଗ ରେ ଖେଳିବା ହୋଲି

Spread the love

ଫଗୁଣର ଫଗୁ ସାଙ୍ଗକୁ ଇନ୍ଦ୍ର ଧନୁର ସାତ ରଙ୍ଗରେ ରଙ୍ଗେଇ ହେଇ ଆସୁଥାଏ ରଙ୍ଗର ପର୍ବ ହୋଲି । ଯାହା ସମସ୍ତଙ୍କ ମନରେ ଭରି ଦିଏ ଆନନ୍ଦ ଉଲ୍ଲାସ ଓ ପ୍ରେମର ରଙ୍ଗ । ଗାଁଠୁ ସହର ସବୁଠି ଦେଖିବାକୁ ମିଳିଥାଏ ରଙ୍ଗ ସାଙ୍ଗକୁ ହସ ଖୁସି ଓ ପ୍ରେମର ଆଭାସ । କୁହାଯାଏକି ଏହି ରଙ୍ଗର ପର୍ବ ପ୍ରଥମେ ଶ୍ରୀକୃଷ୍ଣଙ୍କ ମଥୁରା ନଗରୀଠୁ ଆରମ୍ଭ କରି ସବୁ ଆଡେ ପାଳିତ ହୋଇ ଯାଇଛି । ଖାଲି ଏତିକି ନୁହେଁ ଏବେ ଭାରତ ଛଡା ଭାରତ ବାହାରେ ମଧ୍ୟ ହୋଲି ପାଳନ ହେଉଥିବାର ମଧ୍ୟ ଦେଖା ଗଲାଣି । ତେବେ ଭାରତର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପ୍ରକାରର ରଙ୍ଗ ଖେଳ ହେଉଥିବାର ଆପଣ ମାନେ ଦେଖିଥିବେ । ହେଲେ ଆମେ ଆଜି ଆପଣ ମାନଙ୍କ ଏମିତି ଏକ ହୋଲି ପର୍ବ ବିଷୟରେ କହିବାକୁ ଯାଉଛୁ ଯାହା ଦେଖିବାକୁ ଯେମିତି ନିଆରା ଆଉ ଏହାକୁ ପାଳନ କରିବାର ଅନୁଭୁତି ବି ନିଆରା । ଭୁବନେଶ୍ୱର ଏବଂ କଟକର ହୋଲି ଉତ୍ସବ ମଧ୍ୟରେ ବିପରୀତତା ସେମାନଙ୍କର ସ୍ୱତନ୍ତ୍ର ସହରାଞ୍ଚଳ ଚରିତ୍ରକୁ ପ୍ରତିଫଳିତ କରେ। ଏହାରି ମଧ୍ୟରେ କଟକ ସ୍ଥିତ ରେକୀ ମିଶନର ହୋଲି । ଯେଉଁଠାରେ ରଙ୍ଗରେ ନୁହେଁ ଫୁଲରେ ଖେଳାଯାଏ ହୋଲି । ଏଥି ସହ ଗଉଡ ପୁଅଙ୍କ ଲଉଡି ଖେଳ ସାଙ୍ଗକୁ ଅନେକ ସାଧି ସନ୍ଥଙ୍କ ସମାଗମ ହୋଇଥାଏ । ଆଉ ଚଳିତ ବର୍ଷ ମଧ୍ୟ ସବୁ ବର୍ଷ ପରି ହୋଲି ଏକ ନିଆରା ଢଙ୍ଗରେ ପାଳିତ ହେବାକୁ ଯାଉଛି । ଯାହା ପାଇଁ ପୂର୍ବ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇ ଯାଇଛି । ପୂଜ୍ୟ ଗୁରୁ ଶ୍ରୀ ଶ୍ରିସନ୍ଥ ଙ୍କ ମାର୍ଗଦର୍ଶନ ରେ ହେଉଥିବା ଏହି କାର୍ଯ୍ୟକ୍ରମ ସକାଳ ୯ଟା ରୁ ଆରମ୍ଭ ହୋଇ ଦିନ ୧ ଟା ପଯ୍ୟନ୍ତ ଚାଲେ, ଓଡ଼ିଶାର କୋଣ ଅନୁକୋଣ ରୁ ସାଧୁ ସନ୍ଥ ମାନଙ୍କୁ ଏହି କାର୍ଯ୍ୟକ୍ରମ କୁ ନିମନ୍ତ୍ରିତ କରାଯାଇ ସେମାନଙ୍କ ର ଅତିଥି ଚର୍ଚା ହେବା ପରେ ପରେ, ଗୋଟିଏ ପଟେ ଆରମ୍ଭ ହୁଏ ଲଉଡି ଖେଳ ଓ ପାଇକ ନୃତ୍ୟ, ଅନ୍ୟପଟେ ଲୋକ ମାନେ ଗୁରୁଜୀ ଙ୍କ ଦର୍ଶନ କରି ଆଶୀର୍ବାଦ ସ୍ୱରୂପ ମିଷ୍ଠାନ ଗ୍ରହଣ ଓ ଅନ୍ୟପଟେ ସୁସ୍ୱାଦୁ ଭୋଜନ ର ଭରପୁର ଆନନ୍ଦ ଉଲ୍ଲାସ ମଧ୍ୟରେ ସମସ୍ତେ ସମସ୍ତଙ୍କୁ ବିଭିନ୍ନ ଫୁଲ ଫୋପଡ଼ା ଫୋପଡି ରେ ପାଳିତ ହୋଇଥାଏ ଏହି ହୋଲି ପର୍ବ, ଯାହା ଆସନ୍ତା ୧୫ ତାରିଖ ରେ କଟକ ଖାପୁରିଆ ସ୍ଥିତ ରେକୀ ମିଶନ ଆଶ୍ରମ ରେ ଦେଖିବାକୁ ମିଳିବ.

Leave a Reply

Your email address will not be published. Required fields are marked *