କଣାସ ରେ ବ୍ୟାପିଛି ଝାଡାବାନ୍ତି ୪୦ ରୁ ଉର୍ଦ୍ଧ ଆକ୍ରାନ୍ତ I ଅଣାୟତ ହେଉଛି ସ୍ଥିତି l ଜାଗୁଳାଇ ପଦର, ଗଡ଼ିସା,ଗଦା ଯାମଳଗଦା ପଞ୍ଚାୟତର ଅନେକ ଗାଁ ରେ ଝାଡାବାନ୍ତି ଆରମ୍ଭ ହୋଇଯାଇଛି l ଗତ କାଲିଠାରୁ ଆଜି ପର୍ଯ୍ୟନ୍ତ ଗଡ଼ିଶାଗୋଦା ଓ କଣାସ ମେଡିକାଲ ରେ ଚିକିତ୍ସା ହେଲେଣି ୪୦ ରୁ ଉର୍ଦ୍ଧ ଝାଡ଼ା ବାନ୍ତି ରୋଗୀ l ଅନୁଧ୍ୟାନ ପାଇଁ ପୁରୀ ଓ ଭୁବନେଶ୍ୱର ରୁ ଆସିପାରନ୍ତି ଡାକ୍ତର ଓ ବେଶେଷଜ୍ଞ ଦଳ l ସ୍ଥିତିକୁ ଆଖି ଆଗରେ ରଖୀ କଣାସ ମେଡିକାଲ ରେ ୨୮ ଶଯ୍ୟା ବିଶିଷ୍ଟ ଏକ ସ୍ୱତନ୍ତ୍ର ୱାର୍ଡ ପ୍ରସ୍ତୁତ କରାଯାଇଛି I ନଦିପାଣି ବ୍ୟବହାର ଯୋଗୁ ଝାଡାବାନ୍ତି ବ୍ୟାପୁଥିବା ଅନୁମାନ କରାଯାଉଛି ।